Month: June 2023

ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ

ଭୁବନେଶ୍ୱର : ଖରାଛୁଟି ପରେ ଆଜିଠୁ ଖୋଲିଲା ସ୍କୁଲ । ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଲାଙ୍ଗିର, ଝାରସୁଗୁଡ଼ା ଓ ସମ୍ବଲପୁରରେ ୨୨ ତାରିଖରୁ ଖୋଲିବ ।…

ରାଜ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର: ଆଜି ଆନ୍ତର୍ଜାତୀୟ ଯୋଗ ଦିବସ। ରାଜ୍ୟ, ଦେଶ ତଥା ବିଶ୍ବର ପ୍ରତ୍ୟେକ ସ୍ଥାନରେ ଏହି ଦିବସକୁ ଅତି ନିରାଡମ୍ବର ଭାବେ ପାଳନ କରାଯାଉଛି। ଏହି ଅବସରରେ ଭୁବନେଶ୍ୱର ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ଭାରତ ବିକାଶ ପରିଷଦ ସଦସ୍ୟମାନେ ଯୋଗାଭ୍ୟାସ…

ବିଜେଡି ନେତାଙ୍କୁ କାର୍ ମଡ଼ାଇ ହତ୍ୟା

ବ୍ରହ୍ମପୁର: ବିଜେଡି ନେତାଙ୍କୁ କାର୍ ମଡାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ‌ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୂର୍ବତନ ସରପଞ୍ଚ ତଥା ଯୁବ ବିଜେଡି ନେତା ଲଳିତ…

ରାଜନଗରରେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର

ରାଜନଗର: ଆତଙ୍କ ସାଜିଛନ୍ତି କୁମ୍ଭୀର। ଘର ବାଡ଼ିପଟସ୍ଥିତ ପୋଖରୀ କୂଳରେ ବସି ବାସନ ସଫା କରୁଥିବା ବେଳେ ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଫରେଷ୍ଟ ଡିଭିଜନ ଅନ୍ତର୍ଗତ ଚାନ୍ଦିବାଉଁଶମୂଳ ପଂଚାୟତ ହାତିଆଗଡ଼ି ଗାଁରେ ଆଜି ଅପରାହ୍‌ଣରେ…

ଅପହୃତ ନାବାଳିକା ଉଦ୍ଧାର, ନିର୍ଧୂମ ଛେଚା ଖାଇଲେ ଅପହରଣକାରୀ

ବାରିପଦା : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ବାଟପଳସା ଗାଁରୁ ଗତକାଲି ଅପହୃତ ହୋଇଥିବା ନାବାଳିକାକୁ ଆଜି ରାଇରଙ୍ଗପୁରରୁ ଉଦ୍ଧାର କରିଛି ପୁଲିସ। ଏହି ଘଟଣାରେ ସଂପୃକ୍ତ ବଣସାହିର ଅଫଜଲ୍ ଅନସାରୀ ଓ ଟପଳସା ଗାଁର ମମତା ମହାକୁଡ଼ଙ୍କୁ ପୁଲିସ ଅଟକ…

ଦିନେ ଦୁଇ ଦିନ ଭିତରେ ଓଡ଼ିଶା ଛୁଇଁବ ମୌସୁମୀ

ଭୁବନେଶ୍ୱର: ଓଡିଶା ଛୁଇଁବ ମୌସୁମୀ। ଆଗାମୀ ଦୁଇ ଦିନରେ ଓଡ଼ିଶା ଛୁଇଁବା ନେଇ ପୂର୍ବାନୁମାନ କରାଯାଉଛି। ମୌସୁମୀ ପାଇଁ ପାଗ ଅନୁକୂଳ ରହିଛି। ଏନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ସେ କହିଛନ୍ତି, ଦକ୍ଷିଣ ପଶ୍ଚିମ ଦିଗରୁ ବାୟୁ…

ସୌରିନ ଭଟ୍ଟଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍‌

କଟକ: ଯୁବତୀଙ୍କୁ ଶୋଷଣ ଅଭିଯୋଗରେ ବଢ଼ିଲା ଜଣାଶୁଣା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ । ତାଙ୍କୁ ଖୋଜିବାକୁ କୋଲକାତା ଗଲା କଟକ କମିଶନରେଟ ପୋଲିସ ଟିମ୍‌ । ପୋଲିସର ଏକ ୫ ଜଣିଆ ଟିମ୍‌ କୋଲକାତା ଯାଇଛି । ଜଣେ ମହିଳା…

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ସମ୍ବଲପୁର : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜଣେ ମହିଳା କନିଷ୍ଠ ଯନ୍ତ୍ରୀ। ତାଙ୍କ ନାଁ ପ୍ରଣତି ସାହୁ। ସେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକରେ ନିଯୁକ୍ତ ହୋଇଛନ୍ତି। ବିଲ୍ ପାସ୍ କରାଇ ଦେବା ପାଇଁ କନିଷ୍ଠ ଯନ୍ତ୍ରୀ ପ୍ରଣତି…

ଖୋଲିଲା ବାହାନଗା ଉଚ୍ଚବିଦ୍ୟାଳୟ

ବାହାନଗା : ବାହାନଗା ଦୁର୍ଘଟଣା ପରେ ଖୋଲିଲା ବାହାନଗା ଉଚ୍ଚବିଦ୍ୟାଳୟ। ବହୁ ବାଦ ବିବାଦ ପରେ ବାହାନଗା ସ୍କୁଲ ଘର ଭଙ୍ଗା ଯାଇଥିଲା। ଏହି ବିଦ୍ୟାଳୟ ପରିସରରେ ୧୦୦ରୁ ଊର୍ଦ୍ଧ୍ବ ଶବ ରହିଥିଲା। ପିଲାମାନେ ଭୟ କରୁଥିବାରୁ ସ୍କୁଲ ଘର ଭଙ୍ଗା…

‘ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ଯୋଗକୁ ସାମିଲ କରିବା ସମୟର ଆହ୍ବାନ’

ଭୁବନେଶ୍ୱର: ଆରୋଗ୍ୟ ପ୍ରକ୍ରିୟାକୁ ଶୀଘ୍ର ଏବଂ ଉନ୍ନତ କରିବା ନିମନ୍ତେ ଆଧୁନିକ ଚିକିତ୍ସା ବ୍ୟବସ୍ଥାରେ ଯୋଗକୁ ସାମିଲ କରିବା ସମୟର ବଡ଼ ଆହ୍ବାନ। ନିଜକୁ ଶାନ୍ତ ରଖିବା ତଥା ମାନସିକ ଚାପ/ଅବସାଦକୁ ନିୟନ୍ତ୍ରଣ କରିବାରେ ଯୋଗ ଏକ ବିଶେଷ ଭୂମିକା ଗ୍ରହଣ…