Month: May 2023

ପୁଲିସ-ମାଓବାଦୀ ଗୁଳି ବିନିମୟ ବେଳେ ତିନି ମାଓବାଦୀ ନିହତ, ଏକେ-୪୭ ଜବତ: ଡିଜିପି

ଭୁବନେଶ୍ବର: ମାଓ ଅପରେସନ ନେଇ ପୁଲିସ ଡିଜି ସୁନୀଲ କୁମାର ବଂଶଲ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ତାପରଙ୍ଗ ଜଙ୍ଗଲରେ ଗୁଳି ବିନିମୟ ହୋଇଛି। ଏଥିରେ ତିନି ମାଓବାଦୀ ନିହତ ହୋଇଛନ୍ତି। ଏଥିରେ ଟପ୍…

୧୦,୦୦୦ ଟଙ୍କା ଲାଞ୍ଚନେଇ ଧରାପଡ଼ିଲେ ଜେଇ, ଜିଆର୍‌ଏସ୍‌

ପୁରୁଷୋତ୍ତମପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନିୟର ଇଞ୍ଜିନିୟର (କନିଷ୍ଠ ଯନ୍ତ୍ରୀ) ଓ ଗ୍ରାମ୍ୟ ରୋଜଗାର ସେବକ (ଜିଆରଏସ୍‌)। ଗଂଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଜଗଦୀଶ କୁମାର ସାହୁ ଓ ଜଗନ୍ନାଥପୁର ଜିଆରଏସ୍‌ ନାରାୟଣ ସ୍ବାଇଁ…

ଜେ.ପି. ନଡ୍ଡାଙ୍କୁ ସମ୍ବଲପୁର ହିଂସା ସମ୍ପର୍କିତ ରିପୋର୍ଟ ଦେଲେ ବିଜେପି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌

ଭୁବନେଶ୍ବର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ସମ୍ବଲପୁର ହିଂସା ସମ୍ପର୍କିତ ନିଜ ରିପୋର୍ଟ ପ୍ରଦାନ କଲା ବିଜେପି କେନ୍ଦ୍ରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌। ବିଜେପିର ୩ ଜଣିଆ ଟିମ୍‌ ଆଜି ନୂଆଦିଲ୍ଲୀରେ ଅଧ୍ୟକ୍ଷ ନଡ୍ଡାଙ୍କୁ ଭେଟି ରିପୋର୍ଟ ପ୍ରଦାନ…

ଆସନ୍ତାକାଲିଠୁ ଦିଲ୍ଲୀ ଗସ୍ତରେ ଯିବେ ନବୀନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲିଠୁ ଦିଲ୍ଲୀ ଗସ୍ତରେ ଯାଇ ୧୩ ତାରିଖ ଅପରାହ୍ନରେ ଫେରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଶ୍ରୀ ପଟ୍ଟନାୟକ ଆସନ୍ତାକାଲି ସନ୍ଧ୍ୟା ୬ଟାରେ ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଗସ୍ତ…

ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌: ରାହୁଲଙ୍କ ସ୍ଥାନରେ ଈଶାନ

ନୂଆଦିଲ୍ଲୀ: ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଲାଗି ଆହତ କେଏଲ୍‌ ରାହୁଲଙ୍କ ସ୍ଥାନରେ ଭାରତୀୟ ୱିକେଟ୍‌କିପର୍ ବ୍ୟାଟର୍‌ ଈଶାନ କିଶନଙ୍କୁ ସାମିଲ କରିଛି। ବିସିସିଆଇ ବରିଷ୍ଠ ଚୟନ କମିଟି କେଏଲ୍‌ ରାହୁଲଙ୍କ ବଦଳ ଖେଳାଳି ଭାବେ ଈଶାନ କିଶନ ନାମ…

ବ୍ରିଗେଡିୟର ଓ ଉପର ରାଙ୍କ ଅଧିକାରୀ ପିନ୍ଧିବେ ସମାନ ୟୁନିଫର୍ମ

ନୂଆଦିଲ୍ଲୀ: ଏଣିକି ଭାରତୀୟ ସେନାରେ ବ୍ରିଗେଡିୟର୍ ଏବଂ ତଦୁର୍ଦ୍ଧ୍ୱ ଅଧିକାରୀଙ୍କ ପାଇଁ ସମାନ ୟୁନିଫର୍ମ ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ସୂତ୍ରରୁ ପ୍ରକାଶ ଯେ ନିକଟରେ ଶେଷ ହୋଇଥିବା ସେନା କମାଣ୍ଡର ସମ୍ମିଳନୀରେ ବିସ୍ତୃତ ବିଚାର ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ…

ଚୀନ-କାନାଡା ମଧ୍ୟରେ କୂଟନୈତିକ ବିବାଦ : ପରସ୍ପରର କୂଟନୀତିଜ୍ଞଙ୍କୁ କଲେ ବହିଷ୍କାର

ବେଜିଂ : ଚୀନ ଓ କାନାଡା ମଧ୍ୟରେ କୂଟନୈତିକ ସ୍ତରରେ ଏକ ବଡ଼ ବିବାଦ ଦେଖାଦେଇଛି । କାନାଡାର ଜଣେ ସାଂସଦଙ୍କୁ ଧମକ ଦେବା ଅଭିଯୋଗରେ କାନାଡା ସରକାର ଚୀନର ଜଣେ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବା ପରେ ତାହାର ଜବାବରେ ଚୀନ…

ଜଳୁଛି ପାକିସ୍ତାନ, ସେନା ମୁଖ୍ୟାଳୟରେ ପଶିଲେ ଆନ୍ଦୋଳନକାରୀ

ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ-ଏ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାନଙ୍କୁ ମଙ୍ଗଳବାର ଗିରଫ କରାଯିବା ପରେ ସମଗ୍ର ପାକିସ୍ତାନରେ ହିଂସା ବ୍ୟାପିବାରେ ଲାଗିଛି । ଇସ୍ଲାମାବାଦ, ଲାହୋର, କରାଚି, ରାଓ୍ବଲପିଣ୍ଡି ଆଦି ପାକିସ୍ତାନର ବିଭିନ୍ନ ସହରରେ…

ଗିରଫ ପୂର୍ବରୁ ଭିଡିଓବାର୍ତ୍ତା ଦେଲେ ଇମ୍ରାନ

ଇସଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ରାଜନୈତିକ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ନେତା ଇମ୍ରାନ ଖାଁଙ୍କୁ ମଙ୍ଗଳବାରଦିନ ଗିରଫ କରାଯାଇଛି । ତାଙ୍କୁ ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଛି । ଇମ୍ରାନ ଏକ ମାମଲାର ଶୁଣାଣିରେ…

କର୍ଣ୍ଣାଟକାରେ ବଜରଙ୍ଗ ଦଳ ବିବାଦ: ହନୁମାନଙ୍କ ଶରଣ ପଶିଲେ ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ଅଧ୍ୟକ୍ଷ

ବେଙ୍ଗାଲୁରୁ : ଆସନ୍ତାକାଲି କର୍ଣ୍ଣାଟକାରେ ପଡ଼ିବ ଭୋଟ । ଏଥର ବଜରଙ୍ଗ ଦଳ ବିବାଦକୁ ନେଇ କର୍ଣ୍ଣାଟକା ରାଜନୀତି ସରଗରମ ରହିଛି। ବଜରଙ୍ଗ ଦଳକୁ ନେଇ ଉଭୟ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ୨ ଦଳର ତୁଙ୍ଗ ନେତା…