Month: May 2023

ପାସଧାରୀ ଅଫିସରଙ୍କୁ ବି ଛୁଟିଦିନରେ ଲୋକସେବା ଭବନକୁ ପ୍ରବେଶ ମନା

ଭୁବନେଶ୍ବର : ଲୋକସେବା ଭବନ ଭିତରକୁ ସାମ୍ବାଦିକମାନଙ୍କ ପ୍ରବେଶ ଉପରେ ଦୀର୍ଘବର୍ଷ ଧରି କଟକଣା ଜାରି କରିଥିବା ରାଜ୍ୟ ସରକାର ଏବେ ଛୁଟିଦିନରେ କର୍ମଚାରୀ ଓ ଅଫିସରମାନେ ଲୋକସେବା ଭବନ, ରାଜୀବ ଭବନ ଓ ଖାରବେଳ ଭବନରେ ପ୍ରବେଶ କରିପାରିବେ ନାହିଁ…

ବିରୋଧୀଙ୍କୁ କଟାକ୍ଷ କଲେ ନବୀନ; କହିଲେ- ସିଙ୍ଗଲ କିମ୍ବା ଡବଲ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ, ଗୁଡ୍ ଗଭର୍ଣ୍ଣାସ୍ ସଦାବେଳେ ଜିତେ

ଭୁବନେଶ୍ବର : ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ପରେ ବିରୋଧୀଙ୍କୁ କଡ଼ା ସମାଲୋନା କରିଛନ୍ତି ଦଳୀୟ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଶଙ୍ଖ ଭବନରେ ସେ ଝାରସୁଗୁଡ଼ା ବିଜୟ ଉତ୍ସବରେ ଯୋଗଦେଇ ସେ କହିଛନ୍ତି, ସିଙ୍ଗଲ କିମ୍ବା ଡବଲ…

୧୫ରେ ୭ ଜିଲ୍ଲା ବନ୍ଦ ଡାକରା ଦେଲା ମାଓ ସଂଗଠନ

କଲ୍ୟାଣସିଂହପୁର : କଳାହାଣ୍ଡି ଜିଲ୍ଲାରେ ପୁଲିସ୍ ଏନ୍‌କାଉଣ୍ଟରରେ ମାଓ କମାଣ୍ଡର ଲଳିତର ମୃତ୍ୟୁକୁ ନେଇ ପ୍ରତିବାଦ କରିଛି ସିପିଆଇ ମାଓ ସଂଗଠନ। ପୁଲିସ୍ ଏନ୍‌କାଉଣ୍ଟର୍‌କୁ ମିଥ୍ୟା ଦର୍ଶାଇବା ସହ ଏହାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ସଂଗଠନ। ମିଥ୍ୟା ଏନକାଉଣ୍ଟରର…

୧୫ରୁ ଖରା – ୪୫ଂ ଉପରେ ରହିବ ପାରଦ

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୋକା’ ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ଶୁକ୍ରବାର ଦିନ ଆକାଶ ମେଘୁଆ ରହିଥିଲା। ଆଜି(ଶନିବାର) ମଧ୍ୟ ପାଗରେ ବିଶେଷ ପରିବର୍ତ୍ତନ ଘଟିବ ନାହିଁ। ତେଣୁ ଶୁକ୍ରବାର ଭଳି ଶନିବାର ଦିନ ମଧ୍ୟ…

ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ମେଧା ତାଲିକାକୁ ବୋର୍ଡର ନା, ମିଳିବ ମେରିଟ୍ ସାର୍ଟିଫିକେଟ୍

ଭୁବନେଶ୍ୱର : କୋଭିଡ୍‌ ସଂକ୍ରମଣ କମିବା ପରେ ଚଳିତ ବର୍ଷ ସିବିଏସ୍‌ଇ ପକ୍ଷରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ସ୍ବାସ୍ଥ୍ୟକୁ ନଜରରେ ରଖି ଏଥର ପରୀକ୍ଷା କେନ୍ଦ୍ରଗୁଡ଼ିକରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଭିଡ୍‌…

ଝାରସୁଗୁଡ଼ା ଉପନିର୍ବାଚନ: ରେକର୍ଡ ବ୍ୟବଧାନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ ବିଜୟୀ ହେଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ। ଦୀପାଳି ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୭୨୧ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି। ବିଜେଡିର ଏହି ବୃହତ ବିଜୟ ନୂଆ ରେକର୍ଡ…

ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି। ଏଠାରେ ଦଳ ନିଜର ଅମାନତ ବି ରଖିପାରିନାହିଁ। କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ମାତ୍ର ୪,୪୯୬ ଖଣ୍ଡ ଭୋଟ। ଗତ ୨୦୧୯ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକ…

ଝାରସୁଗୁଡ଼ା ଉପନିର୍ବାଚନରେ ବିପୁଳ ବିଜୟ ପାଇଁ ଦୀପାଳି ଦାସଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ପରେ ତାଙ୍କ ସହ ମୁଖ୍ୟମନ୍ତ୍ରୀ ଫୋନ ଯୋଗେ କଥାବାର୍ତ୍ତା ହୋଇ ଅଭିନନ୍ଦନ ଜଣାଇଛନ୍ତି। ଏହି ବିଜୟ ସହ ଝାରସୁଗୁଡ଼ାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ…

ଝାରସୁଗୁଡ଼ାବାସୀ କଂଗ୍ରେସ ଉପରେ ଯେତିକି ଆଶୀର୍ବାଦ ଦେଇଛନ୍ତି ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି: ପିସିସି ସଭାପତି

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏଇଟା କେବଳ ଗୋଟିଏ ଉପନିର୍ବାଚନ। ଆଗକୁ ସାଧାରଣ ନିର୍ବାଚନ ରହିଛି। ତଥାପି ଝାରସୁଗୁଡ଼ା ଜନସାଧାରଣ କଂଗ୍ରେସ ଉପରେ ଯେତିକି ଆଶୀର୍ବାଦ…

ଝାରସୁଗୁଡ଼ା ପାଇଁ ନବ ଦାସ ଆରମ୍ଭ କରିଥିବା ବିକାଶଧାରାକୁ ବିଜେଡି ଆଗେଇ ନେବ: ନବୀନ

ଭୁବନେଶ୍ବର: ଝାରସୁଗୁଡ଼ାରେ ଦଳୀୟ ପ୍ରାର୍ଥୀ ଦୀପାଳି ଦାସ ନିର୍ବାଚନ ଜିତିଲା ପରେ ଶନିବାର ସନ୍ଧ୍ୟାରେ ବି‌ଜୁ ଜନତା ଦଳ ବିଜୟ ଦିବସ ପାଳନ କରିଛି। ସ୍ଥାନୀୟ ଶଙ୍ଖ ଭବନରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି।…