Month: July 2025

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ଡ୍ରାଇଭର ସଂଘ ସହ ବୈଠକ କରିବେ ସରକାର

ଭୁବନେଶ୍ୱର,୮।୭: ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ମଙ୍ଗଳବାର ୬ ଦଫା ଦାବି ନେଇ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଆନ୍ଦୋଳନରତ ଡ୍ରାଇଭର ସଂଘ ସହ ସରକାର ବୈଠକ କରିବେ ବୋଲି ପରିବହନ ମନ୍ତ୍ରୀ ବିଭୂତି ଜେନା…

‘ମନମୋହନଙ୍କ ପାଇଁ ରାଜ୍ୟରେ ସରକାର’, ପ୍ରଶଂସାରେ ପୋତିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮।୭: ଓଡ଼ିଶା ଭାଜପାର ରାଜ୍ୟ ସଭାପତି ଭାବେ ଚତୁର୍ଥ ଥର ପାଇଁ ନିର୍ବାଚିତ ହୋଇଥିବା ମନମୋହନ ସାମଲଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସାରେ ପୋତିଛନ୍ତି। ସର୍ବସମ୍ମତିକ୍ରମେ ନିର୍ଦ୍ୱନ୍ଦ୍ୱରେ ସଭାପତି ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘୨୦୨୪ରେ ମନମୋହନ…

ପୁଣି ଜନନୀ ଯନ୍ତ୍ରଣା ; ଖଟିଆରେ ବୁହା ହେଲେ ଗର୍ଭବତୀ

କଲମପୁର : ସବୁଦିନିଆ ରାସ୍ତା ଖଣ୍ଡେ ନଥିବା ଯୋଗୁଁ ଦୁର୍ଗମ ଅଞ୍ଚଳବାସୀଙ୍କୁ ଭୋଗିବାକୁ ପଡୁଛି ନାହିଁ ନଥିବା ଦୁର୍ଦ୍ଦଶା। ଗାଁକୁ ଆମ୍ବୁଲାନ୍ସ ପହଞ୍ଚି ପାରେନି ବୋଲି ଯନ୍ତ୍ରଣାରେ ଛଟପଟ ରୋଗୀ ତଥା ଗର୍ଭବତୀ। ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୁହା ହେବା ଭଳି…

ଡଗରା ବେଳାଭୂମିରେ ବଙ୍ଗୀୟ ଦମ୍ପତ୍ତିଙ୍କୁ ଅସଦାଚରଣ ଅଭିଯୋଗ, ଦୁଇ ଯୁବକ ଗିରଫ

ବାଲିଆପାଳ : ବାଲିଆପାଳ ଥାନା ଅନ୍ତର୍ଗତ ଡଗରା ବେଳାଭୂମିରେ ଜଣେ ବଙ୍ଗୀୟ ଦମ୍ପତ୍ତି ପର୍ଯ୍ୟଟକଙ୍କୁ ସ୍ଥାନୀୟ ଅଂଚଳର କିଛି ଯୁବକ ଅସଦାଚରଣ କରିବାର ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଅନ୍ୟପଟେ ଯୁବତୀଙ୍କ ଏତଲା କ୍ରମେ ବାଲିଆପାଳ ପୋଲିସ…

ମାଡି ଆସିଲା ବନ୍ୟା ପାଣି ; କୁକୁର ପାଇଁ ବଞ୍ଚିଲା ୬୭ ଜୀବନ

ନୂଆଦିଲ୍ଲୀ :କୁକୁର ପାଇଁ ବଞ୍ଚିଲା ୬୭ ଜଣଙ୍କ ଜୀବନ। ହିମାଚଳ ପ୍ରଦେଶ ମଣ୍ଡି ଅଂଚଳରେ ଜାରି ରହିଛି ବର୍ଷାର ତାଣ୍ଡବ । ବାଦଲ ଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଲୋକଙ୍କ ପାଇଁ ପାଲଟିଛି ମୁଖ୍ୟ ସମସ୍ୟା । ଗତ ୧୫ ଦିନରେ…

କାଉଡ଼ିଆ ଯାତ୍ରା ପାଇଁ ଦିଲ୍ଲୀରେ ବନ୍ଦ୍‌ ହେବ ମାଂସ ଦୋକାନ

ନୂଆଦିଲ୍ଳୀ: କାଉଡ଼ିଆ ଯାତ୍ରାକୁ ନେଇ ନୂଆ ନିୟମ ଲାଗୁ କଲା ଦିଲ୍ଲୀ ପ୍ରଶାସନ। ପିଟିଆଇ ରିପୋର୍ଟ ଅନୁଯାୟୀ, ଜୁଲାଇ ୧୧ରୁ ୨୩ ଜୁଲାଇ ପର୍ଯ୍ୟନ୍ତ ହେବାକୁ ଥିବା କାଉଡ଼ିଆ ଯାତ୍ରା ପାଇଁ ଦିଲ୍ଲୀରେ ସମସ୍ତ ମାଂସ ଦୋକାନ ବନ୍ଦ ରହିବ ବୋଲି…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ

ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତା ଦାଉଲାଲ ବୈଷ୍ଣବ ମଙ୍ଗଳବାର (ଜୁଲାଇ ୦୮, ୨୦୨୫) ସକାଳେ ଏମ୍ସ ହସ୍ପିଟାଲରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ଶ୍ୱାସକ୍ରିୟା ସମସ୍ୟା ଯୋଗୁଁ ତାଙ୍କୁ ଯୋଧପୁର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।…

ପଞ୍ଜାବ ସରକାରଙ୍କ ବଡ ଘୋଷଣା, ପ୍ରତ୍ୟେକ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା, ସରକାରୀ କର୍ମଚାରୀ ବି ପାଇବେ ସୁବିଧା

ନୂଆଦିଲ୍ଲୀ : ପଞ୍ଜାବବାସୀଙ୍କ ପାଇଁ ଏକ ବଡ ଖୁସି ଖବର । ପଞ୍ଜାବର ପ୍ରତ୍ୟେକ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର ବାର୍ଷିକ କ୍ୟାସ୍‌ଲେସ୍‌ ସ୍ୱାସ୍ଥ୍ୟ ବୀମାର ଲାଭ ମିଳିବ । ଏହାସହ ପଞ୍ଜାବ ଦେଶର ପ୍ରଥମ ରାଜ୍ୟ ହୋଇଛି, ଯେଉଁଠାରେ…

୯ ଜୁଲାଇରେ ଧର୍ମଘଟ କରିବେ ୨୫ କୋଟି କର୍ମଚାରୀ

ନୂଆଦିଲ୍ଲୀ,୮।୭: ବୁଧବାର ଦେଶର ୨୫ କୋଟିରୁ ଅଧିକ ଶ୍ରମିକ ଦେଶବ୍ୟାପୀ ଧର୍ମଘଟ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିରେ ବ୍ୟାଙ୍କିଂ, ବୀମା, ଡାକ ସେବାଠାରୁ କୋଇଲା ଖଣି ପର୍ଯ୍ୟନ୍ତ କାମ କରୁଥିବା ଶ୍ରମିକ ସାମିଲ ହେବେ। ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନର ମିଳିତ…

ବିହାରରେ ମହିଳାଙ୍କ ପାଇଁ ୩୫% ସରକାରୀ ଚାକିରି ସଂରକ୍ଷଣ ଘୋଷଣା କଲେ ନୀତୀଶ

ପାଟନା,୮।୭: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳା ଶକ୍ତି (ନାରୀ ଶକ୍ତି) ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଘୋଷଣା କରିଛନ୍ତି ଯେ, ବିହାରର ସ୍ଥାୟୀ ବାସିନ୍ଦା ଥିବା…