Month: August 2023

ଶ୍ରମିକ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେଲେ ୫୦ ବର୍ଗ

ଭୁବନେଶ୍ୱର:ଶ୍ରମିକ ଶ୍ରେଣୀରେ ସାମିଲ ହେଲେ କୁମ୍ଭାର, କମାର, ବୁଣାକାର, ଲୋକକଳା କଳାକାର, ଚିତ୍ରଶିଳ୍ପୀ, ଫଟୋଗ୍ରାଫର, ଭିଡଓଗ୍ରାଫର,ଡେଲିଭରି ବୟଙ୍କ ପରି ୫୦ ବର୍ଗ । ଓଡିଶା ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଜରିଆରେ ଏମାନଙ୍କୁ ସରକାର ଯୋଗାଇ ଦେବେ ସହାୟତା ।…

ଆଖୁଆପଦାରେ ବୈତରଣୀ ବିପଦ ସଂକେତ ଟପିଲା; ୧୯.୧୬ମିଟର ଜଳ ପ୍ରବାହିତ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଗତ ୨୪ ଘଣ୍ଟା ଧରି ଉପର ମୁଣ୍ଡରେ ଲଗାଣ ବର୍ଷା ଲାଗିରହିବା ଯୋଗୁ ଭଣ୍ଡାରିପୋଖରୀ ବ୍ଲକଦେଇ ଯାଇଥିବା ବୈତରଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଖୁଆପଦା ଠାରେ ୧୯.୧୬ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ଏଠାରେ ୧୭.୮୩…

ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଜୋରଦାର ବର୍ଷା ଲାଗି ରହିଛି। ସହରର ତଳି ଅଂଚଳରେ ବର୍ଷା ପାଣି ପଶି ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ବଲାଙ୍ଗୀର ସହରର ଇଷ୍ଟଦେବୀ ମାଁ ପାଟଣେଶ୍ୱରୀଙ୍କ ମନ୍ଦିରରେ ମଧ୍ୟ ପାଣି ପଶିଛି। ମନ୍ଦିରର…

ବିଜେଡି ସହ ବିଜେପି ମିଶିକି ଅଛି: ଶରତ ପଟ୍ଟନାୟକ

ବିଜେଡି ସହ ବିଜେପି ମିଶିକି ଅଛି। ମଣିପୁର ହିଂସା ପ୍ରସଙ୍ଗରେ ପଦୁଟିଏ କହିଲେ ନାହିଁ ନବୀନ ସରକାର। ବିଜେଡିର ମହିଳାଙ୍କ ପାଇଁ ଦରଦ ନାହିଁ। ଡରି ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲେ। ଆଉ ବିଜେପିକୁ ସମର୍ଥନ କଲେ। ଏଭଳି କହି ବିଜେଡି…

ପୋଲ ଉପରେ ୫ଫୁଟର ବନ୍ୟାଜଳ; ସୁଆକାଟି-ରାଉରକେଲା ଯୋଗାଯୋଗ ବିଚ୍ଛିନ୍ନ

ବାଂଶପାଳ: ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ କେନ୍ଦୁଝର ଜିଲ୍ଲା ବାଂଶପାଳ ସିଂପୁର ବଇଙ୍ଗା ନାଳ। ପୋଲ ଉପରେ ୫ଫୁଟର ବନ୍ୟା ଜଳ ପ୍ରବାହିତ। ଅଁରାବ୍ରାହ୍ମଣୀ ନାଳରେ ୧୦ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି। ପାଣିରେ ବୁଡ଼ି ରହିଛି ଟ୍ରକ୍‌। ସୁଆକାଟି-ରାଉରକେଲା…

ବାଘ ସୁରକ୍ଷା ପାଇଁ ସଶସ୍ତ୍ର ପୁଲିସ ଫୋର୍ସଙ୍କୁ ନେଇ ଗଠନ ହେଲା ସ୍ୱତନ୍ତ୍ର ଜଏଣ୍ଟ ଟାସ୍କଫୋର୍ସ

ମୟୂରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ୨ ବନ ଅଧିକାରୀଙ୍କୁ ହତ୍ୟା ପରେ ବନ ବିଭାଗର ବଡ଼ ପଦକ୍ଷେପ। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ଗଠନ ହୋଇଛି ସ୍ୱତନ୍ତ୍ର ଜଏଣ୍ଟ ଟାସ୍କଫୋର୍ସ (JTF)। ଏହି ଟାସ୍କ ଫୋର୍ସରେ ରହିବେ…

କାମ ନ ସରୁଣୁ ନାଗାବଳୀ ନଦୀ ପୋଲରେ ଫାଟ

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମହକୁମାଠାରେ ପୂର୍ତ୍ତ ବିଭାଗ ଦ୍ୱାରା ନବନିର୍ମିତ ନାଗାବଳୀ ପୋଲ ଦବିଲା । ନାଗାବଳୀ ନଦୀ ଉପରେ ନିର୍ମିତ ଏହି ପୋଲ ଦବିବା ସହିତ ସୁରକ୍ଷା କାନ୍ଥର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ଆଁ…

ଗାଧୋଇବା ବେଳେ ଭାସିଗଲେ ମହିଳା: ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର

କେନ୍ଦୁଝର: ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଢୁଛି ଜଳସ୍ତର । ସେପଟେ ଲଘୁଚାପ ପ୍ରଭାବରୁ କେନ୍ଦୁଝରରେ ମଙ୍ଗଳବାରଠାରୁ ଲାଗିରହିଛି ବର୍ଷା l ବୁଧବାର ସକାଳ ଯାଏଁ ଚମ୍ପୁଆରେ ୧୧୧.୪ ମିଲି ବର୍ଷା ହୋଇଥିବା ବେଳେ ଆନନ୍ଦପୁରରେ ୯୬.୨ ମିଲିମିଟର ବର୍ଷା…

ବିଜେଡିର ମହିଳା ବିରୋଧୀ ଚେହେରା ପାର୍ଲିଆମେଣ୍ଟରେ ସ୍ପଷ୍ଟ ହୋଇଛି-ଆପ୍

ଭୁବନେଶ୍ୱର: ଘରେ କଳି । ବାହାରେ ମେଳି । ବିଜୁ ଜନତା ଦଳର ଏପରି ନୀତିକୁ ତୀବ୍ର ସମାଲୋଚନା କରିଛି ଆପ । ଦିଲ୍ଲୀ ବିଲ ଓ ଅନାସ୍ଥା ପ୍ରସ୍ତାବ ବିଲରେ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଥିବାରୁ ବିଜେଡି ସରକାର ଉପରେ…

ଅର୍ଚ୍ଚନା ନାଗଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

କଟକ: ଅର୍ଚ୍ଚନା ନାଗଙ୍କୁ ମିଳିଲା ହାଇକୋର୍ଟରୁ ଜାମିନ। ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ମିଳିଲା ସର୍ତ୍ତମୂଳକ ଜାମିନ। କିନ୍ତୁ ଇଡି ମାମଲାରେ ଜାମିନ ମିଳି ନ ଥିବାରୁ ଏବେ ବି ଜେଲରେ ରହିବେ ଅର୍ଚ୍ଚନା। ପୂର୍ବରୁ ଏପ୍ରିଲ ମାସରେ ଅକ୍ଷୟ ପରିଜା…